Odisha Link
Bridging the Missing Links in Odisha

ଚୋରି ଶିଶୁପୁତ୍ର ଉଦ୍ଧାର, ୪ ଗିରଫ

ରାଉରକେଲା: ରାଉରକେଲାରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଆଜି ଉଦ୍ଧାର କରାଯାଇଛି। ଶିଶୁପୁତ୍ରକୁ ଉଦ୍ଧାର ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦାନପୁରରୁ ପୋଲିସ ଉଦ୍ଧାର କରିଛି। ଚୋରି ରାକେଟରେ ସମ୍ପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଶିଶୁପୁତ୍ର ଚୋରି ହୋଇଥିଲା। ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨ ମହିଳା ଓ ଜଣେ ପୁରୁଷ। ସେମାନେ ଶିଶୁକୁ ଚୋରାଇ ନେଇ ମିଦାନପୁରର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ।

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଚୋରି କରିଥିବା ୩ ଜଣ ଓ କିଣିଥିବା ମହିଳା ଗିରଫ ହୋଇଛନ୍ତି। ଚୋରି ଶିଶୁପୁତ୍ରଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ଜିମା ଦେଇଛି ପୋଲିସ।

Comments are closed.