Odisha Link
Bridging the Missing Links in Odisha

ବିଡ଼ିପିଏଲ୍ ପକ୍ଷରୁ ବିଦ୍ୱାନ ମେଧାବୃତ୍ତି ପ୍ରଦାନ

ବୌଦ୍ଧ: ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡର (ବିଡିପିଏଲ) ନିଜ ଫ୍ଲାଗ୍‌ସିପ୍ ମେଧାବୃତ୍ତି କାର୍ଯ୍ୟକ୍ରମ, ବିଦ୍ୱାନ ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ ସମାନିତ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରଘୁନାଥ ରାଓ, ବିଡିପିଏଲ ଅଧକ୍ଷ ଉଦୟ ଶଙ୍କର ପ୍ରସାଦ ଓ ନିର୍ଦେଶକ ରାଜୁ ପ୍ରସାଦ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ଧରେ ବିଡିପିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରି ପ୍ରେମ୍ କୁମାର କନୋଜିଆ ଉପସ୍ଥିତ ଥିଲେ।

ଏହି ଛାତ୍ରବୃତି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ବ୍ଳକର କୃତି ଛାତ୍ରଛତ୍ରୀଙ୍କୁ ସମାନିତ କରି ସେମାନଙ୍କୁ ଭବିଷ୍ୟତରେ ଆହୁରି ଭଲ କରିବାକୁ ଉତ୍ସାହିତ କରିବା। କୃତି ଛାତ୍ରଛତ୍ରୀଙ୍କ ମଧ୍ଧରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ପଲ୍ଲୀ ବିକାଶ ଉଚ୍ଚବିଦ୍ୟାଳୟର ସ୍ୱେତପଦ୍ମା ସାମଲ (୯୦%)ପ୍ରତିଶତ ରଖି ପ୍ରଥମ, ସୋଭନ୍ କୁମାର ସାଠୁଆ (୮୮.୭%)ପ୍ରତିଶତ ଏବଂ ରଶ୍ମି ରଞ୍ଜନ ରାଣା(୮୮.୫%)ପ୍ରତିଶତ ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତିୟ ସ୍ଥାନରେ ଉତିର୍ଣ୍ଣ ହୋଇ ଛାତବୃତି ପାଇଁ ଯୋଗ୍ୟ ବିବେଚିତ
ହୋଇଥିଲେ। ପୁରଷ୍କାର ରାଶି ବାବଦ ୧୦୦୦୦,୮୦୦୦ ଏବଂ ୫୦୦୦ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଉପସି୍ଥ୍‌ତ ଜିଲ୍ଲାପାଳ ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ବିଡିପିଏଲ ଦ୍ୱାରା କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟକଳାପ ଉଦ୍ଦେଶ୍ୟ ମୂଳକ ଏବଂ ଆବଶ୍ୟକ ଭିତିକ। ବିଦ୍ୱାନ ହେଉଛି ସେମାନଙ୍କର ସର୍ବୋତମ ପଦକ୍ଷେପ ଯାହାକି ଛାତ୍ରଛତ୍ରୀ ମାନଙ୍କୁ ଆଗାମି ଦିନରେ ପ୍ରତିଯୋଗି ମାନସିକତା ହେବାରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ଏହା ବ୍ୟତୀତ ଆଗାମି ଦିନରେ ବିଡିପିଏଲ ଯୋଗ୍ୟ ବିବେଚିତ ଛାତ୍ରଛତ୍ରୀ ମାନଙ୍କ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ଅର୍ଥରାଶି ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିବା କଥା ସେ ପ୍ରକାଶ କରିଥିଲେ । ବିଡିପିଏଲ ଅଧକ୍ଷ ଉଦୟ ଶଙ୍କର ପ୍ରସାଦ ତାଙ୍କ ଅଭିଭାଷଣରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ କୃତଞତା ଜଣାଇବା ସହିତ ମେଧାବି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଶ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ବିଡିପିଏଲ ବିଦ୍ୱାନର ଦୀର୍ଘମିୟାଦି ଲକ୍ଷ ବିଷୟରେ ସୂଚନା ଦେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରି ପ୍ରେମ୍ କୁମାର କନୋଜିଆ କହିଥିଲେ ମୋ ଦୃଷ୍ଟିରେ ବିଦ୍ୱାନ କେବଳ ଏକ ସିଏସଆର କାର୍ଯ୍ୟକ୍ରମ ନୁହେଁ, ଏହା ମୁଁ ଓ ମୋର ଟିମ୍ ଦେଖିଥିବା ବିକଶିତ ବୌଦ୍ଧ ସ୍ୱପ୍ନକୁ ସାକାର କରିବା ଦିଗରେ ସବୁଠାରୁ ମଜଭୁତ ପଦକ୍ଷେପ। ବିଡିପିଏଲର ବିକଶିତ ବୌଦ୍ଧ ଯୋଜନା ଅନ୍ତର୍ଗତ ସମସ୍ତ ପଦକ୍ଷେପ ତୁଳନାରେ ବିଦ୍ୱାନ ହେଉଛି ଏକ ଏଭଳି ପଦକ୍ଷେପ ଯାହା ଏକ ପ୍ରଗତିଶୀଳ ସମାଜ ଗଠନରେ ସହାୟ ହେବ। ମୁଁ ଏହି କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଭବିଷ୍ୟତରେ ଆହୁରି ଭଲ କରିବା ପାଇଁ କାମନା କରୁଛି। ବୌଦ୍ଧର ବିକାଶ ଦିଗରେ ଆମେ ଦେଖିଥିବା ବିକଶିତ ବୌଦ୍ଧ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତ ଦିଗରୁ ସହାୟତା ଯାରି ରଖିବୁ ବୋଲି ପ୍ରତିଶୃତି ବଦ୍ଧ।

ଏତଦ ବ୍ୟତିତ ସ୍ଥାନିୟ ବାସିନ୍ଦା ମାନଙ୍କର ଉନ୍ନତୀକରଣ ନିମନ୍ତେ ବିଡିପିଏଲ କମ୍ପାନୀ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥି ମଧ୍ୟରୁ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ବ୍ୟାଗ ବଂଟନ , ୫ ଟି ବିଦ୍ୟାଳୟ ଏବଂ ୨ ସର୍ବସାଧାରଣ ସ୍ଥାନରେ ବିସୁଦ୍ଧ ପାନୀୟ ଜଳ ପାଇଁ ଆରୋ ୱାଟର ଲଗାଯାଇଛି , ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ କମ୍ପାନୀ ପକ୍ଷରୁ ଆୟୋଜନ କରାଯାଉଛି। ଏହା ସହ ପବିତ୍ର ରଥଯାତ୍ର ସମୟରେ ଶ୍ରଦ୍ଧାଳୁ ମାନଙ୍କୁ ଲେମ୍ବୁପାଣି ବଂଟନ କାର୍ଯ୍ୟମଧ୍ୟ କରାଯାଉଛି। ଚଳିତ ବର୍ଷ ଟିଭି ରୋଗର ନିବାରଣ ଏବଂ ସଚେତନ ଶିବିର ଆୟୋଜନ କରିବା ସହ ଜିଲ୍ଲା ଟିଭି ମୁକ୍ତ ମିଶନ ନିମନ୍ତେ ଜିଲ୍ଲା ପ୍ରଶାସନ ସହ ହାତ ମିଶାଇଛି। ଯେଉଁଠାରେ କି କମ୍ପାନୀ ଅବସ୍ଥିତ।

Comments are closed.