Odisha Link
Bridging the Missing Links in Odisha

ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର

କଟକ: କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀର ଏକ ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରେ ମାଆ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତଳେ ତାର ଝିଅ ପଡିଥିଲା ।

ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଆଝିଅଙ୍କ ମୃତ୍ୟୁ ପଛର କାରଣ କଣ ଜଣାପଡିନି। ଦୁହେଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କିମ୍ବା ମାଆ ତା ଝିଅକୁ ମାରିଦେଇ ନିଜେ ଆତ୍ମହତ୍ୟା କରିଛି। ଏ ସମସ୍ତ ଦିଗ ଉପରେ ଅଧିକ ଛାନଭିନ ଚଳାଇଛି ବିଡାନାସୀ ପୋଲିସ।

Comments are closed.