ନାଇଟ୍ କ୍ଳବରେ ପାର୍ଟି କରି ଅଡୁଆରେ କଳାକାର

ମୁମ୍ବାଇ: ଗତକାଲି ରାତିରେ ମୁମ୍ବାଇର ଏକ ନାଇଟ୍ କ୍ଲବରେ ପୁଲିସ୍ ଚଢାଉ କରିଥିଲା। ସେଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନାଙ୍କୁ ପୁଲିସ ଗିିରଫ କରିଛି।
ତାଙ୍କ ସହ ବଲିଉଡ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ବଲିଉଡ ସେଲେବ୍ରେଟି ସୁସାନେ ଖାନଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା। ସମସ୍ତଙ୍କ ନାଁରେ ଆଇପିସିର ଧାରା ୧୮୮,୨୬୯, ୩୪ ସହ ଏନଏମଡିଏସର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା ପୁଲିସ।
ନିମୟ ଅନୁସାରେ ରାତି ୧୧.୩୦ ଯାଏ ପବ ଓ କ୍ଲବ ଖୋଲିବାକୁ ଅନୁମତି ଥିଲା। ହେଲେ ଏଠାରେ ରାତି ୪ଟା ଯାଏ ପାର୍ଟି ଚାଲିଥିଲା। ସେହିପରି କାହା ପାଖରେ ମାସ୍କ କିମ୍ବା କେହି ବି ସାମାଜିକ ଦୂରତା ମଧ୍ୟ ପାଳନ କରୁ ନଥିବା ପୁଲିସ କହିଛି।
ପୁଲିସର ସୂଚନା ଅନୁଯାୟୀ, ମୁମ୍ବାଇ ଏୟାରପୋର୍ଟ ନିକଟରେ ଥିବା Dragonfly club ରେ ବିରାଟ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ରାନ୍ଧୱାଙ୍କ ସମେତ ରାଇନା ଓ ଆଉ କିଛି ସେଲେବ୍ରେଟି ଯୋଗଦେଇଥିଲେ।
ତେବେ ଏଠାରେ କୋଭିଡ୍ ନିୟମ ପାଳନ କରାଯାଉ ନଥିବା ଖବର ମିଳିଥିଲା। ଖବର ପାଇବା ପରେ ପୁଲିସ୍ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ସେଠାରେ ଥିବା ୩୪ ଜଣଙ୍କୁ ପୁଲିସ ଗିରଫ କରି ଥାନାକୁ ଆଣିଥିଲା। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରାଇନା, ସୁସାନେ ଓ ରାନ୍ଧୱାଙ୍କ ସମେତ କ୍ଲବର ୭ ଜଣ କର୍ମଚାରୀ ରହିଥିଲେ।