ରିପବ୍ଲିକ୍ ଟିଭି ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ପୁଣି ବଢ଼ିଲା ଅଡୁଆ। ଟିଆରପି ସ୍କାମ ମାମଲାରେ ଜେଲ ଯାଇଥିବା ବେଳେ ବର୍ତ୍ତମାନ ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।
ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ଅଭିଯୋଗ କରିଛିଯେ, ଅର୍ଣ୍ଣବଙ୍କ ରିପବ୍ଲିକ ଭାରତ ଟିଭି ଚ୍ୟାନେଲରେ ବିିତର୍କ କରୁଥିବା ବେଳେ ହେଟ୍ ସ୍ପିଚ୍ ନିୟମ ଉଲ୍ଲଂଘନ କରିଛନ୍ତି। ମଙ୍ଗଳବାର ଦିନ ଅଫିସ ଅଫ୍ କମ୍ୟୁନିକେସନ୍ ରିପବ୍ଲିକ ଭାରତର ଲାଇସେନ୍ସ ରଖିଥିବା ୱାର୍ଲ୍ଡଭ୍ୟୁ ମିଡିଆ ନେଟୱାର୍କ ଲିମିଟେଡ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।
ଅଫକମ୍ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖରେ ରିପବ୍ଲିକ ଭାରତ ଚ୍ୟାନେଲରେ ଚାଲିଥିବା ବିତର୍କ କାର୍ଯ୍ୟକ୍ରମ ‘ପୁଛତା ହେ ଭାରତ’ ରେ ପାକିସ୍ତାନୀ ଲୋକଙ୍କୁ ବାରମ୍ବାର ଟାର୍ଗେଟ କରାଯାଇଥିଲା। ସେଥିରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଉଥିଲା, ଯାହା କି ବ୍ରଡକାଷ୍ଟିଙ୍ଗ୍ ନିୟମ ୨.୩, ୩,୨୦.୩ ର ଉଲ୍ଲଂଘନ କରିଛି। ଏ ନେଇ ଅଫକମ୍ ରିପବ୍ଲିକ ଭାରତ ଉପରେ ୨୦ଲକ୍ଷ ଟଙ୍କାର ଜରିମାନା ଲଗାଇବା ସହ ଏଭଳି କାର୍ଯ୍ୟକ୍ରମ ପୁଣିଥରେ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଇଛି।