Odisha Link
Bridging the Missing Links in Odisha

ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଘୋଷଣା, ଉଚ୍ଚଶିକ୍ଷା ପାଇଁ ମିଳିବ ସୁବିଧା

ନୂଆଦିଲ୍ଲୀ: ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଘୋଷଣା। ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ପାଇଁ ବଜେଟ୍‌ ପାରିତ ହୋଇଛି। କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି।

ଅନୁସୂଚିତ ଶିକ୍ଷାର୍ଥୀ ମାନେ ମାଟ୍ରିକ୍ ପାସ୍ କରିବା ପରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଏନେଇ ଆଜି କ୍ୟାବିନେଟରେ ବଜେଟ୍‌ ପାରିତ ହୋଇଛି। ଏହି ଦ୍ବାରା ୪ କୋଟି ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରିବାରେ ଲାଭବାନ ହେବେ।

Comments are closed.