Odisha Link
Bridging the Missing Links in Odisha

କଟକରୁ ଜବତ ହେଲା ବ୍ରାଉନ୍ ସୁଗର

କଟକ: ଆଜି ରୌପ୍ୟ ନଗରୀ କଟକରୁ ବ୍ରାଉନ୍ ସୁଗର ଜବତ କରିଛି ପୁଲିସ୍। ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗର୍ ପୁଲିସ୍ କରିଛି, ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ। ଏହି ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩ଜଣ ବେପାରୀ ରହିଥିବା ବେଳେ ୨ଜଣ ମେଡିସିନ୍ ଦୋକାନୀ ଏବଂ ଜଣେ ଯୁବକ ଥିବା ପୁଲିସ୍ ସ୍ପଷ୍ଟ କରିଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏମାନେ ନିଶା ମେଡିସିନ୍ ସହ ଏହି ବ୍ରାଉନ୍ ସୁଗର୍ ବିକ୍ରି କରୁଥିଲେ। ଯେହେତୁ ଏହି ବ୍ରାଉନ୍ ସୁଗର୍ ବିକ୍ରି ଅଭିଯୋଗରେ ଦୁଇଜଣ ମେଡିସିନ୍ ଦୋକାନୀ ସମ୍ପୃକ୍ତ ଅଛନ୍ତି। ତେଣୁ ଏବେ ପୁଲିସର ନଜର ଅନ୍ୟ ମେଡିସିନ୍ ଦୋକାନ ଉପରେ ରହିବା ସ୍ୱାଭାବିକ।

Comments are closed.