Odisha Link
Bridging the Missing Links in Odisha

ରାଜଧାନୀରେ ହେବ ନାଇଟ୍‌ ବଜାର

ଭୁବନେଶ୍ୱର: କରୋନା ଯୋଗୁ ରୋଜଗାର ହରାଇଥିବା କଳାକାରମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ପ୍ରୟାସ ଆରମ୍ଭ ହୋଇଛି। ଭୁବନେଶ୍ୱର ଏକାମ୍ର ହାଟରେ ଆୟୋଜିତ ହେବ ନାଇଟ୍ ବଜାର। ଯେଉଁଠି ସ୍ଥାନ ପାଇବ କଳା ଓ ସଂସ୍କୃତି ସହ ଖାଦ୍ୟ ସାମଗ୍ରୀ ଓ ହସ୍ତକଳାର ମେଳା। ୨୯ ତାରିଖରୁ ଭର୍ଚୁଆଲରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆସନ୍ତା ୨ତାରିଖରୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ।

ଅନ୍ୟପଟେ କୋଭିଡ୍ ଯୋଗୁଁ ଦୀର୍ଘ ୯ ମାସ ଧରି ବନ୍ଦ ଥିବା ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ, ଜୟଦେବ ଭବନ ଓ ରାଜ୍ୟ ସଂଗ୍ରହାଳୟ ମଧ୍ୟ ଆସନ୍ତା ୨ ତାରିଖରୁ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ।

Comments are closed.