Odisha Link
Bridging the Missing Links in Odisha

ଷ୍ଟେଥୋସ୍କୋପ୍ ପକାଇ ମୃତ ବାପାଙ୍କ ଚିକିତ୍ସା କଲେ ପୁଅ

ରାୟଗଡା: ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ ଲୋକଙ୍କ ସେବା କରିବ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ପୁଅ ଡାକ୍ତର ହେବା ଆଗରୁ ଆଖି ବୁଜିଦେଲେ ବାପା। ବାପାଙ୍କ ମୃତ୍ୟୁ ପରେ ବାପାଙ୍କ ଶେଷଇଚ୍ଛା ପୂରଣ କରିଛନ୍ତି ପୁଅ। ଷ୍ଟେଥୋସ୍କୋପ୍ ପକାଇ ମୃତ ବାପାଙ୍କ ଚିକିତ୍ସା କଲେ ପୁଅ। କୋକେଇରେ ଶୋଇଥିବା ବାପାଙ୍କୁ ଷ୍ଟେଥୋସ୍କୋପ ସହାୟତାରେ ଚିକିତ୍ସା କରିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗୁଡିଆବନ୍ଧ ଗାଁରେ।

ପୁଅ ଡାକ୍ତର ହେବା ପୂର୍ବରୁ ବାପା ଆଖି ବୁଜିଲେ। ବାପା ସୋମେଶ୍ୱରଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଡାକ୍ତର ଭାବେ ଦେଖିବା ଆଗରୁ ବାପା ଚାଲିଯିବାରୁ ନିଜ କୋହକୁ ସମ୍ଭାଳି ପାରିଲେନି ପୁଅ। ଶେଷରେ କୋକେଇରେ ଶୋଇଥିବା ଅବସ୍ଥାରେ ଷ୍ଟେଥୋସ୍କୋପ ପକାଇ ବାପାଙ୍କ ଚିକିତ୍ସା କରିଥିଲେ। ଏପରି ଖବର ପ୍ରଚାରିତ ହେବା ପରେ ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ।

ସୂଚନା ମୁତାବକ, ଗୁଡିଆବନ୍ଧ ଗାଁର ପାଣିପଞ୍ଚାୟତ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲାଡି ସୋମେଶ୍ୱର ରାଓଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହୋଇ ଲୋକଙ୍କ ସେବା କରିବ। ଆଉ ତାଙ୍କ ସ୍ୱପ୍ନ ସତ ବି ହେଲା। ତାଙ୍କର ପୁଅ ଲାଡି ରାକେଶ ଏମ୍‌ବିବିଏସ୍‌ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକ ଏସସିବିରେ ଡାକ୍ତରୀ ପାଠ ପଢୁଛନ୍ତି।

Comments are closed.