Odisha Link
Bridging the Missing Links in Odisha

ବିଜେଡି ମିଡିଆ ଟିମ୍‌ ପୁର୍ନଗଠିତ

ଭୁବନେଶ୍ୱର: ଆଜି ବିଜେଡିର ଜାତୀୟ ମୁଖପାତ୍ର, ମୁଖପାତ୍ର ଓ ପାନେଲିଷ୍ଟ ତାଲିକା ପ୍ରକାଶ ପାଇଛି। ଗଣମାଧ୍ୟମ ବ୍ୟାପାରର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ୬ ଜଣଙ୍କୁ ଜାତୀୟ ମୁଖପାତ୍ର, ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଓ ୧୬ ଜଣଙ୍କୁ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି।

୬ ଜଣ ଜାତୀୟ ମୁଖପାତ୍ର ନେତା ହେଉଛନ୍ତି ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀ।

ସେହିପରି ମୁଖପାତ୍ର ଦାୟିତ୍ୱରେ ରହିଛନ୍ତି ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗୀନ ଛୁରିଆ, ଲେନିନ ମହାନ୍ତି, ବ୍ୟୋମକେଶ ରାୟ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟୀ ସାହୁ, ହରିଶ ଚୌଧୁରୀ, ସୁଲତା ଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ସଞ୍ଜୟ ବାବୁ, ଏଲିନା ଦାଶ।

ଅନ୍ୟପଟେ ଚନ୍ଦ୍ରାଣୀ ମୁର୍ମୁ,ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଲି, ମୀନାକ୍ଷୀ ମିଶ୍ର ଓ ସ୍ମୃତି ନନ୍ଦଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ୱ ଦିଆଯାଇଛି।

Comments are closed.