Odisha Link
Bridging the Missing Links in Odisha

୨ ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ରାଉରକେଲା: ଟାୟାର ଗୋଦାମରେ ନିଆଁ। ଗତକାଲି ବିଳମ୍ବିତ ରାତିରେ ରାଉରକେଲା ୨୧ ନମ୍ବର ସେକ୍ଟର ନିକଟରେ ଥିବା ରହମତ ନଗର ବସ୍ତିରେ ଦୁଇଟି ଟାୟାର ଗୋଦାମରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି। ଅଗ୍ନିଶମ ବାହିନୀ ଏବଂ ପୁଲିସ୍‌ ତ୍ୱରିତ ପଦକ୍ଷେପ ଯୋଗୁ ବସ୍ତିର ପ୍ରାୟ ୩୦୦ ଘର ନିଆଁ କବଳରୁ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ୪ଟି ଫାୟାର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ରାଉରକେଲା ଇସ୍ପାତ କାରଖାନା ଫାୟାର ଟିମ୍‌ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ଲାଣ୍ଟସାଇଟ ଥାନା ପୁଲିସ୍‌ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

Comments are closed.