Odisha Link
Bridging the Missing Links in Odisha

ଆଜି ପବିତ୍ର ବଡ଼ଦିନ: କରୋନା କଟକଣା ମଧ୍ୟରେ ହେଉଛି ପାଳନ

ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରାବତରଣ କରିଛନ୍ତି। ପ୍ରଭୁ ଯୀଶୁ ଜନ୍ମ ନେଇ ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଆଜି ବଡ଼ଦିନ ପାଳନ ହେଉଛି। ପ୍ରଭୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଚର୍ଚ୍ଚ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି। ଏଥିସହ ସୁନ୍ଦର ଆଲୋକମାଳାରେ ଚର୍ଚ୍ଚ ଝଲସୁଛି।

ଖ୍ରୀଷ୍ଟଧର୍ମାବଳମ୍ବୀଙ୍କର ସବୁଠାରୁ ବଡ଼ ପର୍ବ ବଡ଼ଦିନ। କରୋନା କଟକଣା ମଧ୍ୟରେ ଆଜିର ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଚଳଚଞ୍ଚଳ ହୋଇ ଉଠିଛି। ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚ ବନ୍ଦ ଥିବାରୁ କେବଳ ଆବଶ୍ୟକ ପରିମାଣ ଲୋକଙ୍କୁ ନେଇ ବଡ଼ଦିନ ଉତ୍ସବ ପାଳନ ହୋଇଛି। କଟକଣା ଥିବରୁ ଆଜି ବି ଲୋକେ ଏକତ୍ରିତ ହେବା ଉପରେ ରୋକ ଲାଗିଛି। ସେପଟେ ବଡ଼ଦିନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।

କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ଖ୍ରୀଷ୍ଟମାସ୍‌ ଟ୍ରି ସଜାଇ କ୍ୟାରୋଲ୍‌ ଗାନ କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ଲୋକେ। ଖ୍ରୀଷ୍ଟମାସ୍‌ ଅବସରରେ ଚର୍ଚ୍ଚ ଗୁଡିକରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଛି।

କଟକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚରେ ମଧ୍ୟ ବଡଦିନ ଉତ୍ସବ ପାଳନ ହୋଇଛି। ଯୀଶୁଙ୍କ ଜନ୍ମଦିନ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ପ୍ରାର୍ଥନା କରିଥିଲେ। କ୍ୟାରୋଲ୍‌ ଗାନ କରି ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀ ପରସ୍ପରକୁ ଖ୍ରୀଷ୍ଟମାସ୍‌ର ଶୁଭେଚ୍ଛା ଜଣାଇଛନ୍ତି।

Comments are closed.