ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ହଠାତ୍ ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି। ତାଙ୍କ ରକ୍ତ ଚାପ ସ୍ଥିର ହେବା ପରେ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ତାଙ୍କ ଶରୀରରେ ଆଉ କୌଣସି ଲକ୍ଷଣ ନାହିଁ।
ହାଇଦ୍ରାବାଦରେ ରଣଜୀକାନ୍ତ ତାଙ୍କ ଆଗାମୀ ଫିଲ୍ମ Annaattheର ଶୁଟିଂ କରୁଥିଲେ। ଏହି ସମୟରେ ସେଟ୍ରେ ଥିବା ୮ ଜଣ ସଦସ୍ୟ ଡିସେମ୍ବର ୨୩ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଘଟଣା ପରେ ରଜନୀକାନ୍ତ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ। ଏପରି କି ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।