Odisha Link
Bridging the Missing Links in Odisha

କଟକଣାରେ ରାଜଧାନୀର

ଭୁବନେଶ୍ୱର: କଡ଼ା ସୁରକ୍ଷା ବ୍ୟବସ୍ଥାରେ ରାଜଧାନୀ। ଜିରୋ ନାଇଟକୁ ଦୃଷ୍ଟିରେ ରଖି ରାଜଧାନୀରେ ନିୟୋଜିତ ହେବେ କମିଶନରେଟ ପୋଲିସର ୧୨ଟି ସ୍ପେଶାଲ ଟିମ୍। ହୋଟେଲ କିମ୍ବା ରେଷ୍ଟୁରାଣ୍ଡରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ। ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ। ଜିରୋ ନାଇଟରେ ଜିରୋ ଟଲେରାନ୍ସ ।

ଅମାନିଆଙ୍କୁ ସାବାଡ଼ କରିବ ପୋଲିସ୍। ଛକ ଛକରେ ଚେକିଂ ସାଙ୍ଗକୁ ହେବ ବ୍ଲକିଂ। ମଦୁଆଙ୍କୁ ଧରିବ ବ୍ରେଥ୍ ଆନାଲାଇଜର। ନୂଆବର୍ଷ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ବ୍ରିଟେନରେ କୋଭିଡ୍‌ର ଦ୍ୱିତୀୟ ସଂକ୍ରମଣ ଦେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପାର୍କ, ମାର୍କେଟ, ମଲ୍‌, ହୋଟେଲରେ ଜନଗହଳି ବଢ଼ିଛି। ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଛି।

ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାଁନ୍ତି। କୋଭିଡ୍ କଟକଣା ଯୋଗୁଁ ଏଥର ଡିସେମ୍ବର ୩୧ରେ କୌଣସି ହୋଟେଲ, କ୍ଲବ୍‌ ଓ ବାର୍‌ରେ ଜିରୋ ନାଇଟ୍‌ ପାଳନ ହେବନାହିଁ। ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ। ସହର ଉପକଣ୍ଠରେ ଯେଭଳି ଭୋଜିଭାତ ଓ ପିକନିକ୍ ନହୁଏ ସେ ଉପରେ ନଜର ରଖାଯିବ। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କମିଶନରେଟ ପୋଲିସ ପକ୍ଷରୁ ୧୨ଟି ସ୍କ୍ୱାଡ୍ ଗଠନ କରାଯାଇଥିବା କହିଛନ୍ତି ଡିସିପି।

ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ରାଜଧାନୀର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯିବା ସହିତ ବ୍ଲକିଂ ଓ ଚେକିଂ କରାଯିବ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ରୋକିବା ଲାଗି ବ୍ରେଥ୍‌ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ। ଏହାବ୍ୟତୀତ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରିପଲ୍ ରାଇଡିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

Comments are closed.