Odisha Link
Bridging the Missing Links in Odisha

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର। ୨୦୨୨ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ।

ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୮ ମସିହାରେ ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଭଦ୍ରକ, ପୁରୀ ଓ କନ୍ଧମାଳର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ ମହାବାତ୍ୟା ସମୟରେ ତାଙ୍କୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଦାୟିତ୍ୱ ଦିଆଯାଇଥିଲା ।

୧୯୯୭ରେ ତାଙ୍କୁ ଓମଫେଡର ଦାୟିତ୍ବ ମଧ୍ୟ ମିଳିଥିଲା। ଶକ୍ତି ଓ ଜଳସମ୍ପଦ ବିଭାଗରେ ସେ ବିଭିନ୍ନ ସମୟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏହି ଦୁଇ କ୍ଷେତ୍ରରେ ସଂସ୍କାର ଆଣିବାରେ ସେ ଗୁରୁଦାୟିତ୍ବ ବହନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ମୁଖ୍ୟ ପ୍ରଶାସକ ଭାବେ ସେ ଏକାଧିକ ବାର କାର୍ଯ୍ୟ ତୁଲାଇଥିବା ବେଳେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା।

Comments are closed.