Odisha Link
Bridging the Missing Links in Odisha

ଆଜିଠୁ ଡବଲ୍ ହେଲମେଟ୍ ଚେକିଂ

ଭୁବନେଶ୍ବର: ଆଜିଠୁ ଗାଡ଼ି ଚାଳକଙ୍କୁ ଆଉ ମିଳିବନି ତ୍ରାହି। ଆଜି ଠାରୁ ହେଲମେଟ ଚେକିଂ ଜୋରଦାର। ଗାଡ଼ିରେ ଚାଳକଙ୍କ ସହିତ କେହି ବସିକି ଯିବାକୁ ହେଲେ ଦୁଇଜଣଙ୍କୁ ପିନ୍ଧିବାକୁ ପଡିବ ହେଲମେଟ୍। ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡ଼ିବ।

ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ। ତେବେ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ଅବଧିକୁ ସରକାର ଘଞ୍ଚାଇ ଦେଇଛନ୍ତି। ରାଜ୍ୟରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ସେଥିରୁ ଅଧିକ ବାଇକ ଦୁର୍ଘଟଣାରେ ଘଟୁଛି। ତେଣୁ ହେଲମେଟ ପିନ୍ଧି ଗାଡି ଚଳାଇଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।

Comments are closed.