Odisha Link
Bridging the Missing Links in Odisha

ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍

ଭୁବନେଶ୍ୱର: ନୂଆବର୍ଷରେ ନୂଆ ଲୁକ୍। ନୂଆ ବର୍ଷରୁ ନୂଆ ପୋଷାକ ପିନ୍ଧିଛନ୍ତି ଅଗ୍ନିଶମ କର୍ମଚାରୀ। ଗୋଟିଏ ପୋଷାକରେ ଦୁଇ ଦୁଇଟି ସେବା ଯୋଗାଇବ। ସୁରକ୍ଷା ସହ ଦକ୍ଷତା ବଢ଼ାଇବ। ଏଭଳି ପୋଷାକ ସବୁଠୁ ଅତ୍ୟାଧୁନିକ, ଦାମୀ ମଧ୍ୟ। ଏହି ପୋଷାକରେ ୩ଟି ଲେୟାର ମଧ୍ୟ ରହି। ଏହାକୁ ଫାୟାର ରେଜିଷ୍ଟାନ୍ସ ସୁଟ୍ କୁହାଯାଉଛି।

ଓଡ଼ିଶା ଅଗ୍ନିଶମ କର୍ମଚାରୀ ଏହାକୁ ଆଜିଠାରୁ ପରିଧାନ କରିଛନ୍ତି।ପ୍ରାଥମିକ ପର୍ଯ୍ୟାୟରେ ୧୭୦୦ ଡ୍ରେସ୍ ଆସିଛି। କଟକ ଓ ଭୁବନେଶ୍ୱରରେ ସମସ୍ତ କର୍ମଚାରୀଙ୍କୁ ଦିଆଯାଇଛି। ଆଗକୁ ସବୁ ଜିଲ୍ଲାର ଅଗ୍ନିଶମ କର୍ମଚାରୀଙ୍କୁ ଫାୟାର ରେଜିଷ୍ଟାନ୍ସ ସୁଟ୍ ଦିଆଯିବ।

ଏଥିରେ ୧୦ କିଲୋ ଓଜନର ଜୋତା ଥିବାବେଳେ ଥ୍ରୀ ଲେୟରର ଜ୍ୟାକେଟ୍ ରହିଛି। ମୁଣ୍ଡରେ ଏକ କେଜିର ଟୋପି ରହିବ। ଏମିତି ମୋଟ ପୋଷାକର ଦାମ ହେଉଛି ୪୫ ହଜାର ଟଙ୍କା। ପୋଷାକରେ ରେଡିୟମ୍ ଲାଗିଛି। ଅନ୍ଧାର ଧୂଆଁ ମଧ୍ୟରେ ଜଣେ କର୍ମଚାରୀ ମଧ୍ୟ ଅନ୍ୟ ଜଣଙ୍କୁ ଦେଖିପାରିବେ।

Comments are closed.