Odisha Link
Bridging the Missing Links in Odisha

ପଛୁଆ ବର୍ଗଙ୍କ ହେବ ଡାଟାବେସ୍

ଭୁବନେଶ୍ବର: ଆଜି ରାଜ୍ୟ ପଛୁଆ ବର୍ଗ କମିଶନ୍‌ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କହିଛନ୍ତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳ। ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା । ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ ହୋଇଥିଲା।

ତେବେ କମିଶନ୍ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି ବିଧିବଦ୍ଧ ଭାବେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ୍ ବା ଓଏସସିବିସି କାର୍ଯ୍ୟ ଆରମ୍ଭ କରିଛି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ୍‌ର ଅଧ୍ୟକ୍ଷ ଏବଂ ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଭାବେ ଯୋଗ ଦେଇଛନ୍ତି।

ପଛୁଆବର୍ଗରେ ସାମିଲ ହୋଇନଥିବା ଜାତିଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିକାରେ ଯୋଡ଼ିବା ଏବଂ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି କରିଥିବା ପଛୁଆ ବର୍ଗଙ୍କୁ ବାଦ୍ ଦେବା ଦିଗରେ କାମ କରିବ କମିଶନ୍। ଏହାସହ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ବର୍ତ୍ତମାନର ସ୍ଥିତି କଣ ସେନେଇ ସର୍ଭେ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ।

Comments are closed.