Odisha Link
Bridging the Missing Links in Odisha

ଜାନୁଆରୀ ୮ରେ ପୁଣି କୃଷକଙ୍କ ସହ ଆଲୋଚନା କରିବେ ସରକାର

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଦ୍ଧ କରି ଚାଲିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ତେବେ ଆଜି । ତେବେ ସୋମବାର ଉଭୟ ପକ୍ଷ ମଧ୍ୟରେ ୮ମ ଥର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । ଜାନୁୟାରୀ ୮ତାରିଖରେ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଦିଲ୍ଲୀର ବିଜ୍ଞାନ ଭବନରେ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଚାଷୀ ଉଠାଇଥିବା କିଛି ଦାବିକୁ ସରକାର ଗ୍ରହଣ କରିନେଇଥିଲେ। ବିଜୁଳି ବିଲ ଏବଂ ଷ୍ଟାବଲ ଜଳାଇବା ଦାବିକୁ ସରକାର ମାନି ନେଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଦାବି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି । ଏହାର କୌଣସି ନିଷ୍କର୍ସ ବାହାରିପାରିନାହିଁ ।

ତେବେ ସୋମବାର ହୋଇଥିବା ବୈଠକରେ ଚାଷୀମାନେ କେବଳ ନୂଆ କୃଷି ଆଇନକୁ ଫେରାଇ ନେବା ପାଇଁ ଦାବି କରିଥିଲେ । କିନ୍ତୁ ପ୍ରତିଯବାବରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏହି ଆଲୋଚନା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ । ଦୁଇ ପକ୍ଷର ଆଲୋଚନା ପରେ ଆସନ୍ତା ଜାନୁୟାରୀ ୮ ତାରିଖରେ ଏ ନେଇ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ସରକାରଙ୍କ ସହ ଆଲୋଚନା ପରେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ, ‘୮ ଜାନୁୟାରୀ ୨୦୨୧ରେ ସରକାରଙ୍କ ସହ ପୁଣିଥରେ ଆଲୋଚନା ହେବ । ତିନୋଟି କୃଷି ଆଇନକୁ ଫେରାଇନେବା ପାଇଁ ଏବଂ MSP ମୁଦ୍ଦା ଉପରେ ଜାନୁୟାରୀ ୮ ତାରିଖରେ ପୁଣି ଥରେ ଆଲୋଚନା ହେବ ’ ।

Comments are closed.