ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବ ଏବଂ ଏହି କାରଣ ପାଇଁ ୱାନ୍ ନେସନ, ୱାନ୍ ଗ୍ରୀଡକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି ବୋଲି ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ପାଇପଲାଇନ କେରଳ ଏବଂ କଣ୍ଣାଟକର ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ପାଇପଲାଇନ ଏହି ଦୁଇଟି ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସୁପ୍ରଭାବ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିା
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଚ୍ଚାଭିଳାଷୀ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବା ଦେଶର ଗ୍ୟାସ ଆଧାରିତ ଅର୍ଥନୀତି ଯାତ୍ରାରେ ଐତିହାସିକ କ୍ଷଣ। ଆଜିର ଉଦ୍ଘାଟନ ଦେଶର ସ୍ୱଚ୍ଛ ଉର୍ଜା ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରଭାବଶାଳୀ ପଦକ୍ଷେପ ବୋଲି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଏହି ପାଇପଲାଇନ ପ୍ରକଳ୍ପ କେରଳ ଏବଂ କର୍ଣ୍ଣାଟକ ଲୋକଙ୍କ ପାଇଁ ଏକ ସ୍ୱଚ୍ଛ ଇନ୍ଧନ ଆଧାରିତ ବିକାଶ ଆଣିବ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଙ୍ଗାରକାମ୍ଳ କମ୍ କରିବା ତଥା ଜଳବାୟୁ ପରିବର୍ତନକୁ ହ୍ରାସ କରିବା ଦିଗରେ ପ୍ରଧାନମନ୍ତ୍ରୀ ଦୃଢ଼ ପ୍ରତିବଦ୍ଧତା ରହିଛି। ଏହି ଉଚ୍ଚାଭିଳାଷୀ ଜାତୀୟ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ରୋଡମ୍ୟାପ ଏବଂ ସବୁଜ ମାର୍ଗ ଆପଣାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଭୟ କେରଳ ଏବଂ କର୍ଣ୍ଣାଟକ ପାଇଁ ବିକାଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ। ଏହା ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ସୁବିଧା ପ୍ରଦାନ କରିବ, ‘ୱାନ ନେସନ, ୱାନ ଗ୍ରୀଡ଼’କୁ ଆଗେଇ ନେବା ସହ ଉର୍ଜା କ୍ଷେତ୍ରକୁ ଆଞଗନିର୍ଭର କରିବ। ୪୫୦ କିମି ଲମ୍ବ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଗେଲ୍ ଦ୍ୱାରା ନିର୍ମିତ ହୋଇଛି ।
ଏହା ଦୈନିକ ୧୨ ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର(ଏମଏମଏସସିଏମଡି) ପରବହନ କ୍ଷମତା ରଖୁଛି। କେରଳର କୋଚିରେ ଏଲଏନଜି ରେଜିଫିକେସନ ଟର୍ମିନାଲରୁ ପ୍ରାକୃତିକ ଗ୍ୟାସ ପରିବହନ କରିବ। ଏହା ଏର୍ନାକୁଲମ, ଥ୍ରିସୁର, ପାଲକ୍କଡ, ମାଲପୁରମ, କାଜିକୋଡେ, କନ୍ନୁର୍, କାସାରାଗୋଡ୍ ତଥା କର୍ଣ୍ଣାଟକର ମାଙ୍ଗାଲୁରୁକୁ ନିରବଚ୍ଛିନ ପରିବେଶ ସହଯୋଗୀ ଇନ୍ଧନ ଯୋଗାଇବ। ନିର୍ମାଣ ସମୟ ମଧ୍ୟରେ ଏହି ପ୍ରକଳ୍ପ ୧୨ ଲକ୍ଷ ମାନବ ଦିବସ ନିଯୁକ୍ତି ସୃଷ୍ଟି କରିଛି । କୋଚି – ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ସମୃଦ୍ଧ ଏବଂ ଆତ୍ମନିର୍ଭର କରିବାରେ ନୂଆ ଅଧ୍ୟାୟ ଆଣିବ। ପାଇପଲାଇନ ଦେଇ ଯାଉଥିବା ସମଗ୍ର ୧୦ଟି ଜିଲ୍ଲାର ଘର, ବାଣିଜ୍ୟିକ କେନ୍ଦ୍ର ପାଇଁ ପରିବେଶ ସହଯୋଗୀ ଓ ସୁଲଭ ଇନ୍ଧନ ପିଏନଜି ଏବଂ ପରିବହନ କ୍ଷେତ୍ର ପାଇଁ ସିଏନଜି ଯୋଗାଇବା ସଙ୍ଗେସଙ୍ଗେ ପାଇପଲାଇନ୍ ଗ୍ୟାସ ଆଧାରିତ ଶିଳ୍ପକୁ ଗତି ଦେବ।
ଏହି ପାଇପଲାଇନ ପେଟ୍ରୋକେମିକାଲ ଓ ସାର କ୍ଷେତ୍ରରେ ଥିବା ଅନେକ ଶିଳ୍ପକୁ ସ୍ୱଚ୍ଛ ଏବଂ ସ୍ଥାୟୀ ଇନ୍ଧନ ପ୍ରଦାନ କରିବ ଓ ଗ୍ୟାସ ଆଧାରିତ ଶିଳ୍ପ ଗୁଡିକୁ ପ୍ରୋତ୍ସାହନ ଦେବ। କର୍ଣ୍ଣାଟକ ଏବଂ କେରଳ ଲୋକଙ୍କୁ ସାମାଜିକ-ଅର୍ଥନୈତିକ ଓ ସ୍ୱାସ୍ଥ୍ୟ ସହ ଜଡିତ ଲାଭ ଦେବ। ଦେଶର ଦକ୍ଷିଣାଂଚଳରେ ଅର୍ଥନୀତିରେ ଅଭିବୃଦ୍ଧି ହେବ ଏବଂ ନିଯୁକ୍ତି ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ପ୍ରକାଶ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମବୀ ପ୍ରହ୍ଲାଦ ଯୋଶୀ, କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ବାଜୁଭାଇ ବାଲା, ଆରିଫ ମହ୧ଦ ଖାନ ଓ ଏହି ଦୁଇଟି ରାଜ୍ୟର ମୁଖ୍ୟମବୀ ବିଏସ ୟେଦୁୟୁରୋପ୍ପା, ପିନାରାୟୀ ବିଜୟନ ପ୍ରମୁଖ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ।