ଲିଙ୍ଗରାଜରେ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମିଳିଲା ଅନୁମତି

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ଶ୍ରଦ୍ଧାଳୁଙ୍କ ବୟସ କଟକଣା ଉଠାଇଲା ଭୁବନେଶ୍ବର ମହାନଗର ନିଗମ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ୍ ଆସିଲେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯିବ।
ବିଏମ୍ସି ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ପୂର୍ବରୁ ୬୫ ବର୍ଷରୁ ଉର୍ଦ୍ଧ୍ବ ଓ ୧୦ ବର୍ଷର କମ୍ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ଏହା ସହିତି ରିପୋର୍ଟ ଆଣି ନ ଥିଲେ ବିଏମ୍ସି ପକ୍ଷରୁ ମାଗଣା ଟେଷ୍ଟର ବ୍ୟବସ୍ଥା କରାଯାଇଛି।