Odisha Link
Bridging the Missing Links in Odisha

ନାବାଳିକାଙ୍କୁ ବ୍ଲାକମେଲ୍‌ କରି ବାରମ୍ବାର ଦୁଷ୍କର୍ମ

ଆଗ୍ରା: ନାବାଳିକାଙ୍କୁ ବ୍ଲାକମେଲ୍‌ କରି ବାରମ୍ବାର ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଆଗ୍ରାର ଫିରୋଜାବାଦ ଜିଲ୍ଲାର ନରଖୀ ଅଞ୍ଚଳରେ। ଜଣେ ୧୬ ବର୍ଷୀୟା ନାବାଳିକାକୁ ଏକ ୨୮ ବର୍ଷର ଯୁବକ ବାରମ୍ବାର ବ୍ଲାକମେଲ୍‌ କରି ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ୧ ଡିସେମ୍ବର ୨୦୨୦ରେ ୧୬ ବର୍ଷୀୟା ନାବାଳିକାକୁ ଯୁବକ ଜଣଙ୍କ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲା ଏବଂ ତାର ଜଣେ ସହଯୋଗୀ ମୋବାଇଲରେ ଏହାର ଭିଡିଓ ରେକର୍ଡ କରିଥିଲା। ଦୁଷ୍କର୍ମ ସମ୍ପର୍କରେ କାହାକୁ କିଛି କହିଲେ ଭିଡିଓକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲା ଯୁବକ। କେବଳ ସେତିକି ନୁହେଁ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ସେହି ମାସରେ ଅଭିଯୁକ୍ତ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ନାବାଳିକା।

ତେବେ ଅଭିଯୁକ୍ତ ଯୁବକ ନାବାଳିକାଙ୍କୁ ପୁନଶ୍ଚ ଭେଟିବା ପାଇଁ କହିଥିଲା ଏଥିରେ ଅତିଷ୍ଟ ହୋଇ ନାବାଳିକା ଜଣକ ରାଜି ନହେବାରୁ ଅଭିଯୁକ୍ତ ଯୁବକ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା।ଏହି ଘଟଣାରେ ସେହି ଅଞ୍ଚଳର ଭୂରି ସିଂହ ନାମକ ଜଣେ ଯୁବକ ସଂପୃକ୍ତି ଥିବା ବେଳେ ଅଭିଯୁକ୍ତର ଜଣେ ସହଯୋଗୀ ଅନିଲ କୁମାର ଭିଡିଓ ରେକର୍ଡ କରିଥିବା ପୀଡିତା ନାବାଳିକା ପୋଲିସକୁ କହିଛନ୍ତି।

ପୀଡିତାଙ୍କ ତାଙ୍କର ବୟାନ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

 

 

 

Comments are closed.