Odisha Link
Bridging the Missing Links in Odisha

କରୋନା: ୨ ଦିନରେ ୨୬ ଜଣ ଶିକ୍ଷକ ଏବଂ ୨ ଛାତ୍ର ପଜିଟିଭ୍ ଚିହ୍ନଟ

ଗଜପତି: ଦୀର୍ଘ ନଅ ମାସ ପରେ ସାରା ରାଜ୍ୟରେ ସ୍କୁଲ ଖୋଲା ହୋଇଛି। ଗତକାଲି ସ୍କୁଲ ଖୋଲିଲା କିନ୍ତୁ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ମାତ୍ର ୨ ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲ୍ଲାର ମୋହନା ବ୍ଲକରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ପରୀକ୍ଷା ବେଳେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଦ୍ୟାଳୟ ଖୋଲିବା ପୂର୍ବରୁ ଶିକ୍ଷକ ଏବଂ ସ୍କୁଲ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଛି। ଯାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି।

Comments are closed.