Odisha Link
Bridging the Missing Links in Odisha

ସିଡନୀ ଟେଷ୍ଟ: ଟିମ୍‌ ଇଣ୍ଡିଆକୁ ୪୦୭ ରନର ଟାର୍ଗେଟ୍

ସିଡନୀ: ସିଡନୀ ଟେଷ୍ଟରେ ଦୃଢ଼ ସ୍ଥିତିରେ କଙ୍ଗାରୁବାହିନୀ। ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଛି। ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଛି। ଯାହାଫଳରେ ଭାରତକୁ ୪୦୭ ରନର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ ଦଳ।

ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାମେରନ୍ ଗ୍ରୀନ୍ ସର୍ବାଧିକ ୮୪ ରନ୍ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୮୧ ଓ ମାର୍ଣ୍ଣସ୍ ଲାବୁସେନ ୭୩ ରନ୍ କରିଥିଲେ। ସେହିପରି ଟିମ୍ ପେନ୍ ୩୯ ରନ୍ କରି ଅପରାଜିତ ରହିଥିଲେ। ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ନବଦୀପ ସୈନୀ ଓ ଆର ଅଶ୍ୱିନୀ ୨ ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

ସିଡନୀ ଟେଷ୍ଟର ଦ୍ଵିତୀୟ ଦିନରେ ସୁବିଧା ଜନକ ସ୍ଥିତିରେ ଥିବା ଭାରତ ନିଜ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ତୃତୀୟ ଦିନ ସୁଦ୍ଧା ସଙ୍କଟଜନକ ସ୍ଥିତିରେ ରହିଥିଲା। ଭାରତ ନିଜର ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୩ ରନ କରିଥିଲା। ଏହାପରରେ ଚତୁର୍ଥ ଦିନରେ ଦଳ ୩୧୨ ରନ୍ କରି ପାଳି ଘୋଷଣା କରିଛି। ଏହାସହ ଭାରତଠୁ ୪୦୭ ରନରେ ଆଗରେ ରହିଛି। ଭାରତକୁ ଜିତିବା ପାଇଁ ହେଲେ ୪୦୭ ରନ୍ କରିବାକୁ ହେବ।

Comments are closed.