Odisha Link
Bridging the Missing Links in Odisha

ନିଜ ସମ୍ପତ୍ତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେତେ ଜାଣନ୍ତୁ…

ଭୁବନେଶ୍ବର: ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଆଜି ନବୀନ ପ୍ରକାଶ କରିଛନ୍ତି ନିଜ ସମ୍ପତ୍ତି ତାଲିକ।। ନବୀନ ପ୍ରକାଶ କରିଥିବା ତାଲିକାରେ ଦର୍ଶାଇଛନ୍ତି ଯେ, ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ମୋଟ ସମ୍ପତ୍ତି ପରିମାଣ କେତେ ଅଛି। ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି।

ନବୀନ ପଟ୍ଟନାୟକଙ୍କ ୭ଟି ବ୍ୟାଙ୍କରେ ୧୩ କୋଟି ୧ ଲକ୍ଷ ୬ ହଜାର ଟଙ୍କା ରହିଛି। ବ୍ୟାଙ୍କ ଅଫ ଇଣ୍ଡିଆର ଦିଲୀ ଜନପଥ ଶାଖାରେ ତାଙ୍କର ସର୍ବାଧିକ ୧ କୋଟି ୩ ଲକ୍ଷ ୧୩୪୯୯ ଟଙ୍କା ଅଛି। ସେହିପରି ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା ରହିଛି । ସେହିପରି ତାଙ୍କ ପାଖରେ ୧୯୮୦ ମଡେ଼ଲର ଏକ ଆମ୍ବାସାଡର କାର ବି ରହିଛି । ଯାହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବବୋଲି ଆକଳନ କରାଯାଇଛି ।

ନବୀନ ତାଙ୍କ ତାଲିକାରେ ଆହୁରି ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର, ଦିଲ୍ଲୀ ଓ ହରିୟାଣାରେ ତାଙ୍କର ଜମି ଓ କୋଠା ରହିଛି। ଫରିଦାବାଦ ତିକ୍ରିକେରାରେ ଥିବା ଜମି ଓ କୋଠାର ମୂଲ୍ୟ ପ୍ରାୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ହେବ। ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି ।

ସୂଚନାଯୋଗ୍ୟଯେ, ପୂର୍ବରୁ ତାଙ୍କର ଏକ ତୃତୀୟାଂଶ ଅଂଶ ଥିବାବେଳେ ତାଙ୍କ ଭଉଣୀ ଗୀତା ମେହେଟ୍ଟା ନିଜର ଅଂଶ ନବୀନଙ୍କ ନାମରେ କରିଦେଇଛନ୍ତି । ଫଳରେ ନବୀନ ନିବାସରେ ନବୀନଙ୍କର ଯେତିକି ଅଂଶ ରହିଛି ତାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬୧୯୦ ଟଙ୍କା ହେବବୋଲି ଆକଳନ କରାଯାଇଛି । ଦିଲ୍ଲୀରେ ଥିବା ଘରେ ତାଙ୍କର ୫୦% ସେୟାର ରହିଛି । ଯାହାର ମୂଲ୍ୟ ପ୍ରାୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ । ତେବେ ଫରିଦାବାଦରେ ଥିବା ଜମିକୁ ନବୀନ ବିକ୍ରି କରିଦେବେ । ଏଥିପାଇଁ ଅଗ୍ରୀମ ଆକାରରେ ସେ ୧ କୋଟି ୨୫ ଲକ୍ଷ ଟଙ୍କା ଆଣିଛନ୍ତି।

Comments are closed.