Odisha Link
Bridging the Missing Links in Odisha

୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍ ପିନ୍ଧି ରେକର୍ଡ କଲେ ମହିଳା

ନୂଆଦିଲ୍ଲୀ: ସବୁ ମହିଳାଙ୍କର ପ୍ରାୟତଃ ସଉକ ଥାଏ ଭଳି କି ଭଳି ଡ୍ରେସ ପିନ୍ଧିବାର। ପ୍ରତିଦିନ ନୂଆ ନୂଆ ଗେଟ୍‌ ଅପ୍‌ରେ ନିଜକୁ ସଜାଇ ଥାନ୍ତି ମହିଳାମାନେ। କିନ୍ତୁ ନିକଟରେ ଏଭଳି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯିଏ ଶହେ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍‌ ପିନ୍ଧି କରିଛନ୍ତି ରେକର୍ଡ। କଥାଟା ଆପଣଙ୍କୁ ଆଶ୍ଚର୍ଟ୍ୟ ଲାଗୁଥିଲେ ମଧ୍ୟ ସତ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୋଷ୍ଟନ ସହରରେ। ସାରା ରବିନ୍ସ ନାମକ ଜଣେ ମହିଳା ଶହେ ଦିନ ତଥା ୩ମାସରୁ ଅଧିକ ଦିନ ଯାଏଁ ଗୋଟିଏ ଡ୍ରେସ ପିନ୍ଧି ରେକର୍ଡ କରିଛନ୍ତି। ଉକ୍ତ ମହିଳାଙ୍କ ଏଭଳି କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲଗାତର ଶହେ ଦିନ ଯାଏଁ ଗୋଟିଏ ହିଁ ଡ୍ରେସ୍‌କୁ ଭିନ୍ନ ଭିନ୍ନ ଷ୍ଟାଇଲରେ ପିନ୍ଧିଥିଲେ ସାରା। କେତେବେଳ କୋଟ୍‌ ସହ ଆଉ କେତେବେଳେ ଜିନ୍ସ ଫ୍ୟାଣ୍ଟ ସହ।

ଦ ମିରର୍‌ର ରିପୋର୍ଟ ମୁତାବକ, ସାରା ଗତ ୧୬ ସେପ୍ଟେମ୍ବର୨୦୨୦ରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। ସେହି ଗୋଟିଏ ଡ୍ରେସକୁ ଶହେ ଦିନ ଯାଏଁ ପିନ୍ଧି ନିଜର ସମସ୍ତ କାମ କରିଥିଲେ, ଏପରିକି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ସାରାଙ୍କ କହିଛନ୍ତି,, ଏମିତି କରିବା ମୋତେ ଆଗକୁ ବଢିବାରେ ପ୍ରେରିତ କରିଛି।

୨୦୨୧ ଜାନୁଆରୀ ୧ରୁ ୨୦୨୨ ଜାନୁଆରୀ ୧ ତାରିଖ ମଧ୍ୟରେ ଡ୍ରେସ୍ କିମ୍ବା ଜିନିଷ କିଣିବିନି। ମୋ ବୟସ ହିସାବରେ ମୋ ପାଖରେ ଅଲଗା ଅଲଗା କାର୍ଯ୍ୟାକ୍ରମକୁ ଯିବା ପାଇଁ ଡ୍ରେସ୍ ଆଲମିରାରେ ରହିଛି। ମୁଁ ମୋ ଆଲମିରାକୁ ସଫା କରିବାକୁ ଘୋଷଣା କରୁଛି। ମୁଁ ଅପେକ୍ଷା କରିବି ଆଉ ଦେଖିବି ଯେ ଆଗାମୀ ବର୍ଷ ମୁଁ କଣ ପିନ୍ଧୁଛି।’

Comments are closed.