Odisha Link
Bridging the Missing Links in Odisha

ଉଦ୍‌ଯାପିତ ହେଲା ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବାରଘର ପାଟଣାକୁ ପରାସ୍ତ କରି ଚାମ୍ପିଅନ ହୋଇଛି ମଳିପଡ଼ା। ଡକ୍ଟର ବିଜୟ କୁମାର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରକାଶ ବିଜୁଳି, ମୁଖ୍ୟବକ୍ତା ଭାବେ ରାମଚଣ୍ଡୀ ପ୍ରସାଦ ରଣସିଂହ, ସମ୍ମାନୀତ ଅତିଥି ଭାବେ ଯଜ୍ଞେଶ୍ୱର ସୁନ୍ଦରାୟ, ରବୀନ୍ଦ୍ର ରାଉତରାୟ, କରୁଣାକର ଦଳସିଂହରାୟ ଓ ଦାଶରଥି ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

ରାମଚଣ୍ଡୀ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମଳିପଡ଼ା ଓ ବାରଘର ପାଟଣା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିଣି ମଳିପଡ଼ା ଟିମ ଭଲ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୨ ରନ କରିଥିଲା। ଅପରପକ୍ଷରେ ୧୯୩ ରନ ବିଜୟ ଲକ୍ଷ୍ୟର ପିଛା କରି ୧୫୩ ରନରେ ଅଟକି ଯାଇଥିଲା ବାରଘର ପାଟଣା ଟିମ୍। ଫାଇନାଲ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପଶ୍ଚିମା ମ୍ୟାନ ଅଫ ଦ ମ୍ୟାଚ ହୋଇଥିବାବେଳେ ମ୍ୟାନ ଅଫ ଦ ସିରିଜ ହୋଇଥିଲେ ଜ୍ୟୋତିରଂଜନ ସାହୁ।

Comments are closed.