ଫେରିଲା ସାଇବର ଠକେଇ ଟଙ୍କା

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ ମାମଲା। ଲୋକଙ୍କୁ ବିଭିନ୍ନ ଉପାୟରେ ଲୋଭ ଦେଖାଇ ଲୁଟୁଛନ୍ତି ଲୁଟେରା। ଏହାରି ମଧ୍ୟରେ ଠକେଇର ଶିକାର ହୋଇଥିବା ଜଣେ ଅଭିଯୋଗକାରୀ ଟଙ୍କା ଫେରିପାଇଛନ୍ତି।
ଅଭିଯୋଗକାରୀଙ୍କୁ ଓଟିପି ମାଗି ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣକ ବୁଦ୍ଧିବମତାର ସହ ଲୁଟ୍ ହେବାର ଘଣ୍ଟାଏ ଭିତରେ ସାଇବର ସେଲରେ ଅଭିଯୋଗ କରିଥିଲେ। ଫଳରେ ଠକେଇ ହୋଇଥିବା ଟଙ୍କାକୁ ଅଭିଯୋଗକାରୀ ଫେରିପାଇଛନ୍ତି। ତେବେ ସହିଦନଗର ଅଞ୍ଚଳରୁ ଏହି ଠକେଇ ହୋଇଥିବା ସୂଚନା ମିଳିଛି।