Odisha Link
Bridging the Missing Links in Odisha

ପୁରୀ ହାଜତ ମୃତ୍ୟୁ ମାମଲା, ସତ୍ୟପାଠ ଦାଖଲ କଲେ ସରକାର

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ଆଜି ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ହାଜତ ମୃତ୍ୟୁକୁ ରାଜ୍ୟ ସରକାର ଅସ୍ୱୀକର କରିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସରକାର।

ସତ୍ୟପାଠ ସହ ସରକାର ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, ପୁରୀ ବାସେଳିସାହି ଥାନା ହାଜତରେ ପୁଲିସ ମାଡ଼ରେ କେ.ରମେଶ(୩୧)ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

Comments are closed.