Odisha Link
Bridging the Missing Links in Odisha

ସେନସେକ୍ସ ନିଫ୍ଟିରେ ନୂଆ ରେକର୍ଡ

ନୂଆନିଲ୍ଲୀ: ସେନସେକ୍ସ ନିଫ୍ଟିରେ ନୂଆ ରେକର୍ଡ। ଆଜି କାରବାର ଆରମ୍ଭରୁ ରେକର୍ଡସ୍ତରରେ ପହଞ୍ଚିଛି ସେନସେକ୍ସ ଓ ନିଫ୍ଟି। ପ୍ରଥମଥର ପାଇଁ ସେନସେକ୍ସ ୪୯ ହଜାର ପଏଣ୍ଟ ଅତିକ୍ରମ କରିଛି। ଆଜି କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୨୩୩ ଦଶମିକ ୮୯ ପଏଣ୍ଟ ବୃଦ୍ଧି ପାଇ ୪୯ ହଜାର ଅତିକ୍ରମ କରିଥିଲା।

ସେହିଭଳି ନିଫଟି ବି ୧୪ ହଜାର ୫ ଶହ ପଏଣ୍ଟ ଅତିକ୍ରମ କରିଛି। ଅର୍ଥନୀତିରେ ସୁଧାର ଓ ବିଦେଶୀ ନିବେଶ ଯୋଗୁଁ ସେୟାର ମାର୍କେଟରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି।

ସେନସେକ୍ସ ନିଫ୍ଟି ପଏଣ୍ଟରେ ବୃଦ୍ଧି ଫଳରେ ଆଇଟି କମ୍ପାନୀଗୁଡିକ ବଜାରରେ ସବୁଠାରୁ ବଡ ଲାଭକାରୀ ହୋଇଛନ୍ତି | HCL, Infosys, ଏବଂ TCS ପରି କମ୍ପାନୀଗୁଡିକ ବଡ଼ ରୋଜଗାର କରିଛନ୍ତି।

Comments are closed.