Odisha Link
Bridging the Missing Links in Odisha

କରୋନା ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣର ୨ରୁ ୩ ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଟିକା। ଟିକାକରଣ ପାଇଁ ୧୭ ରୁ ୧୯ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ବିଜୟ ପାଣିଗ୍ରାହୀ ଟିକାକରଣ ସମ୍ପର୍କରେ ସୂଚନାଦେଇ କହିଛନ୍ତି ଯେ, ରାଜ୍ୟର ୧୬୦ଟି ସ୍ଥିର ହୋଇଥିବା ସ୍ଥାନରେ ହେବ କରୋନା ଟିକାକରଣ। ୨ଟି ଜାଗାରେ ଟୁ ଓ୍ବେ କମ୍ୟୁନିକମେସନ୍‌ ବ୍ୟବସ୍ଥା ରହିବ। ସୁନ୍ଦରଗଡ ଜିଲ୍ଲାମୁଖ୍ୟାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ଟୁଓ୍ବେ ବ୍ୟବସ୍ଥା ରହିବ।

ସିଧାସଳଖ ଏହି ୨ଟି ସ୍ଥାନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଫିଡ୍‌ବ୍ୟାକ୍‌ ନେଇପାରିବେ। ଟିକାକରକରର ସୁପରିଚାଳନା ପାଇଁ ଷ୍ଟେଡ଼୍‌ ମନିଟରିଂ କମିଟି ଗଠନ ହୋଇଛି।

Comments are closed.