ସାଇନା ଓ ପ୍ରଣୟ କରୋନା ପଜିଟିଭ ଚିହ୍ନଟ, ଖେଳିବେନି ଥାଇଲ୍ୟାଣ୍ଡ ଓପନ୍
ନୂଆଦିଲ୍ଲୀ: ଇଣ୍ଡିଆର ଷ୍ଟାର ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହଓ୍ବାଲ କରୋନା ପଜିଟିଭ ଚିହ୍ନଟ। ଏଥିସହିତ ଏଚ୍ଏସ୍ ପ୍ରଣୟ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଥାଇଲାଣ୍ଡ ଓପନ ୨୦୨୧ର ଦିନକ ପୂର୍ବରୁ ଭାରତୀୟ ବ୍ୟାଡ଼ମିଣ୍ଟନ୍ ଟିମ୍କୁ ଲାଗିଛି ଶକ୍ତ ଝଟକା। ଉଭୟ ଖେଳାଳି ଏବେ ବ୍ୟାଙ୍ଗକଙ୍ଗରେ କ୍ବାରାଣ୍ଟିନରେ ଅଛନ୍ତି। ଅନ୍ୟପଟେ ପୁରପଲ୍ଳୀ କଶ୍ୟପ ମଧ୍ୟ ଆଇସୋଲେସନରେ ଥିବା ନେଇ ସୂଚନା ରହିଛି।
ସାଇନା ଦ୍ୱିତୀୟଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାତ୍ର ସପ୍ତାହେ ପୂର୍ବରୁ ସେ କରୋନାରୁ ସୁସ୍ଥ ହୋଇଥିଲେ। ସୋମବାର ଦିନ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପୁଣି ପଜିଟିଭ ଆସିବା ପରେ ତାଙ୍କୁ ଟୁର୍ନାମେଣ୍ଟରୁ ବାହାର କରାଯାଇଛି। ରିପୋର୍ଟ ପଜିଟିଭ ଆସିବା ପରେ ସାଇନାଙ୍କୁ ହସ୍ପିଟାଲରେ କ୍ଵାରେଣ୍ଟାଇନ ହେବାକୁ କୁହାଯାଇଥିଲା।
Comments are closed.