୩ ମନ୍ତ୍ରୀ ଓ ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ

କଳାହାଣ୍ଡି: ୩ ମନ୍ତ୍ରୀ ଓ ଜଣେ ବିଜେଡ଼ି ବିଧାୟକଙ୍କୁ କଂଗ୍ରେସ କର୍ମୀମାନେ ପଳାପତାକା ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂ,ଦିବ୍ୟଶଙ୍କର ମିଶ୍ର, ଟୁକୁନୀ ସାହୁଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ। ଏହା ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ କଳାପତାକା ପ୍ରଦର୍ଶନ କରାଯାଇଛି। ଭବାନୀପାଟଣା ନକଟିଗୁଡ଼ା ଛକରେ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ। କଳାହାଣ୍ଡିରେ ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ପ୍ରତିବାଦରେ କଳାପତାକା ପ୍ରଦର୍ଶନ କରାଯାଇଛି।
ପ୍ରକାଶ ଯେ, ୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।