Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ଅମଙ୍ଗ

ଭୁବନେଶ୍ୱର: ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏକ ବଡ଼ ଖବର ଆସିଛି। ତାହା ହେଲା ଏହି ମାମଲାର ଅଭିଯୁକ୍ତ ନାବାଳକ ଜଣକ ବ୍ରେନ ମ୍ୟାପିଂ ପାଇଁ ମନା କରିଥିବା ଜଣାଯାଇଛି। ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତକୁ ହାଜର କରାଯାଇଥିଲା। ବ୍ରେନ ମ୍ୟାପିଂ ଆବେଦନ ଉପରେ ଶୁଣାଣି ପାଇଁ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା।

ବ୍ରେନ ମ୍ୟାପିଂ ନେଇ ଏସଆଇଟି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ କରିଥିଲା। ତେବେ ଅଭିଯୁକ୍ତ ନାବାଳକ ବ୍ରେନ ମ୍ୟାପିଂ ପାଇଁ ମନା କରିଥିବା ଜଣାଯାଇଛି। ପୂର୍ବରୁ ଅଭିଯୁକ୍ତ ନାବାଳକ ଜଣକ ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କରିଥିଲା। ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାର୍କୋ ଟେଷ୍ଟ ପାଇଁ ନାବାଳକ ଜଣକ ରାଜି ହୋଇନଥିଲା।

ସୂଚନାଯୋଗ୍ୟ ଯେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଗତ କିଛି ଦିନ ତଳେ ଏକ ଭିନ୍ନ ମୋଡ଼ ଆସିଥିଲା। ଅଭିଯୁକ୍ତକୁ କୋର୍ଟ ନାବାଳକଭାବେ ଗ୍ରହଣ କରିଥିଲେ। ପୂର୍ବରୁ ଏସଆଇଟି ଓସିଫିକେସନ ସାର୍ଟିଫିକେଟ ବଳରେ ଅଭିଯୁକ୍ତ ସାବାଳକ ବୋଲି କୋର୍ଟରେ ହାଜର କରିଥିବାବେଳେ ଅଭିଯୁକ୍ତର ଓକିଲ ଏନେଇ ପିଟିସନ ଦାଖଲ କରିଥିଲେ।

ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ।କୋର୍ଟ ଏନେଇ ତଦନ୍ତ କରିଥିଲେ। ଅଭିଯୁକ୍ତର ମାଆଙ୍କୁ କୋର୍ଟକୁ ଡକାଇ ପଚରାଉଚୁରା କରିବା ସହ ପକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଗିରଫ ହତ୍ୟା ଅଭିଯୁକ୍ତକୁ ସାବାଳକ ନୁହେଁ, ନାବାଳକ ବୋଲି ରାୟ ଦେଇଥିଲେ।

Comments are closed.