Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏକ ବଡ଼ ଖବର ଆସିଛି। ତାହା ହେଲା ପରୀର ମା’ ସୌଦାମିନି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ପାଇବା ପାଇଁ ସେ ସୁପ୍ରିମକୋର୍ଟ ଯାଇଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବିରେ ପରୀର ମା’ ସୌଦାମିନି ସୁପ୍ରିମକୋଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ତଦନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସି କରିଥିଲେ ମଧ୍ୟ ପରୀର ମା’ ସୌଦାମିନି କିନ୍ତୁ ଏଥିରେ ସନ୍ତୁଷ୍ଟ ନୁହନ୍ତି। ସେ ମାମଲାର ତଦନ୍ତ ସିବିଆଇ ଦେବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପରୀ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି। ବିଶେଷକରି ବିଜେପି ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରି ବ୍ୟାପକ ଆନେ୍ଦାଳନ କରିଛି। ଗତ ବିଧାନସଭା ଅଧିବେଶନରେ ବି ଏହି ପ୍ରସଙ୍ଗ ଗୃହକୁ ସରଗରମ କରିଦେଇଥିଲା। ଅପରପକ୍ଷରେ ରାଜ୍ୟ ସରକାର ହତ୍ୟାକାଣ୍ଡକୁ ଗୁରୁତର ସହ ଗ୍ରହଣ କରି ଏସଆଇଟି ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲେ। ଇତିମଧ୍ୟରେ ଏସଆଇଟି ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି।

Comments are closed.