Odisha Link
Bridging the Missing Links in Odisha

ଯୁବକଙ୍କ ମୃତ୍ୟୁରୁ ଉତ୍ତେଜନା: ପୋଲିସ ଗାଡ଼ି ପୋଡ଼ି

ଭଦ୍ରକ: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତେଜନା ଦେଖା ଦେଇଛି। ରାସ୍ତା ଅବରୋଧ ସହ ପୋଲିସ ଭ୍ୟାନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଏମିତି ଘଟଣା ଘଟିଛି ତିହିଡ଼ି ଥାନା ହାଟୁଆରି ଗାଁରେ। ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଏକ ମାମଲାରେ ପୋଲିସ ଜେରାର ସମ୍ମୁଖୀନ ହୋଇଥିଲେ ଯୁବକ। ଜେରା ବେଳେ ପୋଲିସ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୋଲିସର ମାଡ଼ ପରେ ଯୁବକ ପୋଖରୀକୁ ଡ଼େଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତେଜନା ଦେଖା ଦେଇଛି। ଫଳରେ ଫଦ୍ରକ-ଚାନ୍ଦବାଲି ରାସ୍ତା ଅଲ୍ଲୀନଗରର ଶବ ରଖି ରାସ୍ତାରୋକ କାରାଯାଇଛି। ଘଟଣାସ୍ଥଳକୁ ଆସିଥିବା ଭ୍ୟାନ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ।

Comments are closed.