Odisha Link
Bridging the Missing Links in Odisha

ବିଏମ୍‌ସି ପାଇଁ କୋଭାକ୍ସିନ୍‌ ଟିକା

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛି କୋଭାକ୍ସିନ୍ ଟିକା। ଏହି‌ ଟିକା ବିଏମ୍‌ସି ଅଞ୍ଚଳରେ ଦିଆଯିବ। ଆଜି ୨୦ ଲକ୍ଷ ଡୋଜ କୋଭାକ୍ସିନ୍ ଟିକା ଆସିଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ।

ସେହିପରି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ କୋଭିସିଲ୍ଡ ଟିକା ଦିଆଯିବ। କାଲି ରାଜ୍ୟକୁ ୪ ଲକ୍ଷ ୮ ହଜାର ଡୋଜ କୋଭିସିଲ୍ଡ ଟିକା ଆସିଥିଲା। ଏହା ସମସ୍ତ ଜିଲ୍ଲାକୁ ପଠାସରିଛି। ରାଜ୍ୟରେ ୩,୩୮,୭୭୬ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କରୋନା ଭାକସିନ୍‌। ପ୍ରଥମ ପର୍ଯ୍ୟାୟରେ ୧, ୯୨,୫୫୫ଜଣଙ୍କୁ କରୋନା ଟିକା ଦିଆଯିବ।

ରାଜ୍ୟରେ ଆସନ୍ତା ୧୬ତାରିଖରୁ କରୋନା ଟିକାକରଣ କାର୍ଯ୍ୟକ୍ରମ କରାଯିବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଗତକାଲି ରାଜ୍ୟରେ କରୋନା ଟିକା କୋଭିସିଲ୍ଡ ଆସି ପହଞ୍ଚିଥିଲା। ଆଜି ଦିନ କୋଭାକ୍ସିନ ଟିକା ପହଞ୍ଚିଛି। ତେବେ ଆସିଥିବା କୋଭିକ୍ସିନ୍‌ ଟିକାକୁ ବିଏମ୍‌ସି ଅଞ୍ଚଳରେ ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comments are closed.