Odisha Link
Bridging the Missing Links in Odisha

କରୋନା ପାଇଁ ଜାତୀୟ ପୋଲିଓ ଟିକାକରଣ ଅଭିଯାନ ସ୍ଥଗିତ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୬ ତାରିଖରେ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ। ଫଳରେ ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଜାତୀୟ ପୋଲିଓ ଟିକାକରଣ ଅଭିଯାନକୁ କେନ୍ଦ୍ର ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନଙ୍କ ସୂତ୍ରରୁ ଜଣାପଡ଼ିଛି।

ଦେଶରେ କରୋନା ଟିକାକରଣ ଅଭିଯାନ ହେଉଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି। ପୋଲିଓ ଟିକାକରଣ ପ୍ରତିବର୍ଷ ଜାନୁଆରୀରେ ଆରମ୍ଭ ହୋଇ ବର୍ଷର ଦ୍ୱିତୀୟାର୍ଦ୍ଧରେ ଶେଷ ହୁଏ। ମାତ୍ର କୋଭିଡ୍‌-୧୯ ଟିକାକରଣ ପାଖାପାଖି ପଡୁଥିବାରୁ ପରିଚାଳନାଗତ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

ତେଣୁ ବର୍ତ୍ତମାନ ପାଇଁ ପୋଲିଓ ଟିକାରକରଣ ସ୍ଥଗିତ ରଖିବାକୁ ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିକାକରଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଜଣାଇଥିଲା। ଏହି ସ୍ଥଗିତାଦେଶ ସାମୟିକ। କୋଭିଡ୍‌-୧୯ ଟିକାକରଣ ପରେ ପରେ ପୋଲିଓ ଟିକାକରଣ ଆରମ୍ଭ ହେବ।

Comments are closed.