Odisha Link
Bridging the Missing Links in Odisha

ଦେଶବ୍ୟାପୀ ସ୍ଥଳ ସେନା ଦିବସ ପାଳିତ

ନୂଆଦିଲ୍ଲୀ: ଆଜି ହେଉଛି ୭୩ତମ ସ୍ଥଳ ସେନା ଦିବସ। ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ସାରା ଦେଶରେ ପରେଡ ଓ ବିଭିନ୍ନ ପ୍ରକାର ରଣକୌଶଳ ମାଧ୍ୟମରେ ବୀର ସୈନିକମାନଙ୍କୁ ସ୍ମରଣ କରାଯାଇଥାଏ। ପ୍ରତ୍ୟେକ ସେନା ମୁଖ୍ୟାଳୟମାନଙ୍କରେ ସେନା ଦିବସ ପାଳନ କରାଯାଇଥାଏ। ଆଜି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୈନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୧୯୪୯ ମସିହାରେ ଏହି ଦିବସରେ ଭାରତୀୟ ସେନା ପ୍ରଥମ ଭାରତୀୟ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ କେଏମ କାରିଆପ୍ପାଙ୍କୁ ପାଇଥିଲା। ଏହିଦିନ ଦେଶ ପାଇଁ ଉତ୍ସର୍ଗୀକୃତ ବୀର ସୈନିକମାନଙ୍କୁ ସାହସିକତା ପୁରସ୍କାର ଓ ସେନା ପ୍ରଦାନ କରାଯାଏ।

Comments are closed.