Odisha Link
Bridging the Missing Links in Odisha

ଭୁବନେଶ୍ୱରର ୬ଟି ସ୍ଥାନରେ ହେବ ଟିକାକରଣ, କେଉଁଠି ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ୬ଟି ସ୍ଥାନରେ ଟିକାକରଣ ହେବ। ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ପୂର୍ବରୁ ୫ଟି ସ୍ଥାନରେ ଟିକାକରଣ ହେବା ନେଇ କୁହାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟର ୨୭ଟି ସରକାରୀ ଓ ୧୮ଟି ବେସରକାରୀ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର ଖୋଲା ଯାଇଛି। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲରେ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିସହ ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ ଟିକାକରଣ କରାଯିବାକୁ ଅନୁମତି ମିଳିଛି। ଆସନ୍ତା କାଲି ପ୍ରଥମେ ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ।

Comments are closed.