ଶ୍ରୀମନ୍ଦିରରେ ନିର୍ବିଘ୍ନ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା

ପୁରୀ: କାଲି ଠାରୁ ବିନା ନେଗେଟିଭ ରିପୋର୍ଟରେ ଭକ୍ତ ଦର୍ଶନ କରିବେ ଶ୍ରୀଜିଉଙ୍କୁ। ଏନେଇ ନିର୍ବିଘ୍ନ ଦର୍ଶନ ନେଇ ପୁରୀ ଜିଲ୍ଲାପାଳ ପରମର୍ଶ ଦେଇଛନ୍ତି। ଡିଆଇଜି ଆଶିଷ ସିଂହ ଓ ଏସ୍ପି ସମୀକ୍ଷା କରିଛନ୍ତି। ଦୈଦିକ ୩୦ ହଜାର ଶ୍ରଦ୍ଧାଳୁଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି। ସକାଳ ୬ରୁ ୭ଟା ଯାଏଁ କେବଳ ପୁରୀ ବାସିନ୍ଦା ଦର୍ଶନ କରିବେ। ୭ଟାରୁ ସର୍ବସାଧାରଣଙ୍କ ଲାଗି ହୋଇଛି ଦର୍ଶନ ବ୍ୟବସ୍ଥା। ଡାକ୍ତରୀ ଟିମ୍, ସ୍ବେଚ୍ଛାସେବୀ, ପୋଲିସ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛି କହିଲେ ଏସ୍ପି।
ସହରରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ କରିବେ। ୨ ଏଏସପି, ୭ ଡିଏସପି ଓ ୨୦ ଜଣ ଇନ୍ପେକ୍ଟର ଦାୟିତ୍ବରେ ରହିବେ। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ତା କରାଯାଇଛି। କୋଭିଡ଼ ନିୟମ,ମାସ୍କ ଓ ସାନିଟାଇଜେସନକୁ ଗୁରୁତ୍ବ ଦିଆଯିବ। ମନ୍ଦିର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ। ଲକ୍ଷଣ ଥିଲେ ମନ୍ଦିର ପ୍ରବେଶ ବାରଣ କରାଯିବ।