Odisha Link
Bridging the Missing Links in Odisha

ପଥରଦ୍ୱାର ଗାଁରେ ଜଳିଗଲା ୮ ବଖରା ଘର

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ପଥରଦ୍ୱାର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ନିଆଁ ଲାଗି ୬ଟି ପରିବାରର ୮ ବଖରା ଘର ପୋଡି ପାଉଁଶ ହୋଇଛି। ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ପରିବାର।

ଗତକାଲି ରାତିରେ ନିଆଁ ଲାଗି ଚାହୁଁ ଚାହୁଁ ଜଳିଗଲା ୮ ବଖରା ଘର। ଖବର ପାଇ ଖଣ୍ଡପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ଗାଁର ଲଡୁକିଶୋର ବିଶ୍ୱାଳ, ସର୍ବେଶ୍ୱର ବିଶ୍ୱାଳ, ବଂଶୀଧର ବିଶ୍ୱାଳ ଓ ଅନାଦି ସାସମଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣପିଡଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Comments are closed.