Odisha Link
Bridging the Missing Links in Odisha

ସେନା ବାହିନୀରେ ଶ୍ରେଷ୍ଠ ଦେଶସେବା କରିହେବ

ଭୁବନେଶ୍ବର: ଆଜି ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲରେ ପହଞ୍ଚିଛନ୍ତି ଏଲଜି ଚଣ୍ଡୀ ପ୍ରସାଦ ମହାନ୍ତି । ଯୁବକ ଓ ଯୁବତୀଙ୍କୁ ସେନା ବାହିନୀରେ ଯୋଗଦେବାକୁ ଚଣ୍ଡୀପ୍ରସାଦ ଆହ୍ବାନ ଦେଇଛନ୍ତି। ଏନସିସି ଓ ଆର୍ମି ସ୍କୁଲ ସମ୍ପର୍କରେ ଆଗ୍ରହୀ ହେବାକୁ ପରାମର୍ଶ ଦେଇଛନ୍ତି ଚଣ୍ଡୀପ୍ରସାଦ। ଆର୍ମି ଭେଟେରାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ସେ ପରମର୍ଶ ଦେଇଛନ୍ତି।

ଏହା ସହିତ ସେ କହିଛନ୍ତି ଯେ, ଅନେକ ଓଡ଼ିଆ ଏବେ ସେବାବାହିନୀରେ ଉଚ୍ଚ ପଦପଦବୀରେ ଅଛନ୍ତି। ଯେକୌଣସି ବିଦେଶୀ ଆକ୍ରମଣକୁ ମୁକାବିଲା କରିବାକୁ ଆମେ ସକ୍ଷମ ଅଛୁ। ଭାରତ ଏବେ ଏକ ଶକ୍ତିଶାଳୀ ଦେଶ ଭାବେ ପରିଗଣତି ହୋଇଛି ବୋଲି ଚଣ୍ଡୀପ୍ରସାଦ କରିଛନ୍ତି।

Comments are closed.