Odisha Link
Bridging the Missing Links in Odisha

ପୁଣି ଆଜିଠୁ ଖୋଲିଲା ଭିତରକନିକା

କେନ୍ଦ୍ରପଡ଼ା: ଦିର୍ଘଦିନ ଧରି ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା ଭିତରକନିକା ଅଭୟାରଣ୍ୟ। ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା। ଚଳିତବର୍ଷ ରାଜନଗର , ମହାକାଳପଡ଼ା , କନିକା , ଗହିରମଥା ରେଞ୍ଜରେ ୨୨ଟି କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଭିତରକନିକାର ବିଭିନ୍ନ ନଦୀ ନାଳରେ ଗଣନା କାର୍ଯ୍ୟ କରାଯାଇଥିଲା। ଯନ୍ତ୍ର ଚାଳିତ ବୋଟିଂ ଯୋଗୁ ଗଣନା କାର୍ଯ୍ୟରେ ଅନେକ ବାଧା ଉପୁଜିଥାଏ।

ତେଣୁ ଗଣନା କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା। ଆଜିଠୁ କଟକଣାରେ ଭିତରକନିକା ଖୋଲିବା ସହିତ କୋଭିଡ ନିୟମ ମାନି ପର୍ଯ୍ୟଟକ ଅଭୟାରଣ୍ୟ ବୁଲିପାରିବେ। ଅନ୍ୟପଟେ ଅଭୟାରଣ୍ୟ ମଧ୍ୟକୁ ୫୦୦ ପର୍ଯ୍ୟଟକଙ୍କ ପ୍ରବେଶ ନିଷ୍ପତ୍ତିକୁ କୋହଳ କରିବାକୁ ପର୍ଯ୍ୟଟନ ବିଭାଗକୁ ବନବିଭାଗ ତରଫରୁ ଅନୁରୋଧ କରାଯାଇଛି।

Comments are closed.