Odisha Link
Bridging the Missing Links in Odisha

ବଡ଼ ଆବିଷ୍କାର: ପବନରୁ ପାଣି ତିଆରି କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ପବନରୁ ତିଆରି ହେଉଛି ପାଣି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି। ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ। ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାୟର ଗବେଷକ ମାନେ ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଆବିଷ୍କାର କରିଛନ୍ତି। ଗବେଷକମାନେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହାକୁ ବ୍ୟବହାର କରି ବାୟୁରୁ ଜଳ ତିଆରି ହୋଇପାରୁଛି। ଏହାକୁ ‘ଏରୋଜେଲ୍‌’ ବୋଲି କୁହାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ଏହି ଜଳ ପିଇବା ଯୋଗ୍ୟ।

ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରଥମେ ଗୋଟିଏ ଅଲଟ୍ରା ଲାଇଟ ଏରୋଜେଲ ପ୍ରସ୍ତୁତ କରିଥିଲେ। ଏହା ଗୋଟିଏ ସ୍ପଞ୍ଜ ଭଳି କାର୍ଯ୍ୟ କରିଥିଲା। ଏହାକୁ କାର୍ଯ୍ୟକ୍ଷମ କରିବାକୁ କୌଣସି ବ୍ୟାଟେରୀର ବ୍ୟବହାର କରାଯାଇ ନାହିଁ। ଏହି ଏରୋଜେଲ୍‌ ପବନରୁ ପାଣିକୁ ବାହାର କରୁଛି।

ମିଳିଥିବା ସୂଚନା ମୁତାବିକ ଗୋଟିଏ କେଜି ‘ଏରୋଜେଲ୍‌’ ରୁ ୧୭ ଲିଟର ଶୁଦ୍ଧ ଜଳ ପ୍ରସ୍ତୁତ ହେଉଛି। ସ୍ପଞ୍ଜ ଭଳି ଦେଖିବାକୁ ଏହି ‘ଏରୋଜେଲ୍‌’ ମାଧ୍ୟମରେ ବାୟୁରୁ ଜଳ ତିଆରି ହୋଇପାରୁଥିବା ବେଳେ ଏହାକୁ ଚିପୁଡ଼ିବାକୁ ପଡ଼ିବ ନାହିଁ। ପଲିମର ଦ୍ବାରା ତିଆରି ହୋଇଥିବା ‘ଏରୋଜେଲ୍‌’ ବାୟୁରୁ ଜଳ ବାହାର କରିପାରୁଛି। ‘ଏରୋଜେଲ୍‌’ ପ୍ରଥମେ ଜଳ କଣା ଗ୍ରହଣ କରୁଛି ତାପରେ ଏହାକୁ ପାଣିରେ ପରିଣତ କରୁଛି।

ଖରାଦିନେ ଏରୋଜେଲ ଅଧିକ କ୍ଷୀପ୍ର ବେଗରେ କାମ କରିଥାଏ। ଏରୋଜେଲ୍‌ରେ ଥିବା ୯୫% ଜଳବିନ୍ଦକୁ ଲିକ୍ୟୁଇଡ ୱାଟର୍‌ରେ ପରିଣତ କରିଥାଏ। ଏହି ପାଣି ପିଇବା ପାଇଁ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ଗବେଷକମାନେ କହିଛନ୍ତି।

Comments are closed.