Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା; ଚାଲିଗଲା ୩ ଜୀବନ

ଉମରକୋଟ: ଛତିଶଗଡ଼ର ଜବଲପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଡ୍ରାଇଭିଂ ଲାଇସେନ୍ସ କାମ ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହର ଓ ବେହେଡ଼ା ପଞ୍ଚାୟତର ୧୦ ଜଣ ଛତିଶଗଡ଼ ଯାଇଥିଲା। କାମ ସାରି ବୋଲେରୋ ଯୋଗେ ଫେରିବା ବେଳେ ଜବଲପୁର ନିକଟରେ ଦୁର୍ଘଟଣା ଘଟିଛି। ଅନ୍ୟ ଏକ ଗାଡ଼ିକୁ ବୋଲେରୋ ବାଟ ଛାଡ଼ିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା।

ଫଳରେ ବୋଲୋରୋର ଟାୟା ଫାଟିଯିବା ସହ ରାସ୍ତା ଉପରେ ଓଲଟିଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ବୋଲେରୋ ଡ୍ରାଇଭର ନିରଞ୍ଜନ ପାତ୍ର, ସୁନାଧର ହରିଜନ ଓ ଚରଣ ମାଝି ବୋଲି ଜଣା ପଡ଼ିଛି।

Comments are closed.