Odisha Link
Bridging the Missing Links in Odisha

୫ ମାସରେ ୩୧ ଥର କରୋନା ପଜିଟିଭ୍ ହେଲେ ମହିଳା

ଭରତପୁର: ୫ ମାସରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହେଲେ ମହିଳା। ଏଭଳି ଏକ ବିରଳ ଘଟଣା ଘଟିଛି ରାଜସ୍ଥାନର ଭାରତପୁର ଜିଲ୍ଲାରେ। ଜଣେ ମହିଳା ପାଞ୍ଚ ମାସ ପୂର୍ବେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହେବା ପରେ ୩୧ ଥର କରୋନା ପରୀକ୍ଷା କରିବା ସହ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ତେବେ ଆରବିଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶାରଦାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ନାହିଁ। ଏଥିସହ ୩୧ ଥର କରୋନା ପଜିଟିଭ୍‌ ହୋଇ ମଧ୍ୟ ସେ ୬ରୁ ୭ କିଲୋ ଓଜନ ହାସଲ କରିଛନ୍ତି। ଏହି ଘଟଣା ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡିଛି। ଡାକ୍ତରମାନେ ଏହି ଘଟଣାକୁ ଜୟପୁରର ଏସଏମଏସ ହସ୍ପିଟାଲକୁ ପଠାଇବାକୁ ଚିନ୍ତା କରୁଛନ୍ତି।

କରୋନା ସଂକ୍ରମଣରେ ରୋଗୀମାନଙ୍କୁ ସାଧାରଣତଃ ୧୦ ରୁ ୧୪ ଦିନ ପର୍ଯ୍ୟନ୍ତ କ୍ୟାରେଣ୍ଟାଇନରେ ରଖାଯାଏ ଏବଂ ନେଗେଟିଭ୍‌ ରିପୋର୍ଟ ଆସିବାପରେ ଡିସଚାର୍ଜ କରାଯାଏ। କିନ୍ତୁ ଶାରଦାଙ୍କ କ୍ଷେତ୍ରରେ, ତାଙ୍କୁ ଏସଏମଏସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ବ୍ୟତୀତ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ବିକଳ୍ପ ନାହିଁ।

ସୂଚନାଯୋଗ୍ୟ, ଶାରଦାଙ୍କର ୨୦୨୦ ଅଗଷ୍ଟ ୨୮ ତାରିଖରେ ପ୍ରଥମ ଥର ପାଇଁ କରୋନା ପରୀକ୍ଷା କରାଯାଇଥିଲା ଏବଂ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେବେଠାରୁ ତାଙ୍କୁ ଆହୁରି ୩୦ ଥର ପରୀକ୍ଷା କରାଯାଇଛି, କିନ୍ତୁ ପ୍ରତ୍ୟେକ ଥର ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଶାରଦାଙ୍କୁ ଏକାସାଙ୍ଗରେ ଆୟୁର୍ବେଦିକ, ହୋମିଓପାଥିକ ଏବଂ ଏଲୋପାଥିକ ଔଷଧ ଦିଆଯାଉଛି।

ସେ ବର୍ତ୍ତମାନ କ୍ୟାରେଣ୍ଟାଇନରେ ଅଛନ୍ତି ଏବଂ ତାଙ୍କ ରିପୋର୍ଟ ନକାରାତ୍ମକ ନହେବା ପର୍ଯ୍ୟନ୍ତ କ୍ୟାରେଣ୍ଟାଇନରେ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ଶରଦାଙ୍କ କାରଣରୁ କରି ଭରତପୁର ଜିଲ୍ଲାର କୌଣସି ଡାକ୍ତରଖାନାରେ ଅନ୍ୟ କରୋନା ପଜିଟିଭ ରୋଗୀ ନାହାଁନ୍ତି।

 

Comments are closed.