ସୋଆ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ଵର: ଓଡ଼ିଶାର ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ନେତାଜୀଙ୍କ ଜୀବନ ଯୁବ ସମାଜ ନିମନ୍ତେ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ। ଆଜିର ପବିତ୍ର ଦିନରେ ଆମେ ନେତାଜୀଙ୍କ ଜୀବନର ସକାରାତ୍ମକ ଦିଗ ଗୁଡିକୁ ଆଲୋଚନା କରି ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଉଛି।
ଆମେ କେବଳ ଆମ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ସହ ଅନ୍ୟ କାହା କଥା ଚିନ୍ତା କରୁନାହୁଁ ସେ କେବଳ ଦେଶ ଛଡା ଆଉ କିଛି ଚିନ୍ତା କରୁନଥିଲେ। କଟକରେ ଜନ୍ମିତ ନେତାଜୀ ଖୁବ ପ୍ରତିଭା ସଂପନ୍ନ ଥିଲେ ବୋଲି ସୋଆ କୁଳପତି ତାଙ୍କୁ ସ୍ମରଣ କରି କହିଛନ୍ତି। ଏହି ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନେତାଜୀଙ୍କୁ ଜଣେ ନୀର୍ଭିକ ନେତା ବୋଲି ଅଭିହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସୋଆ ଏନଏସଏସ ର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ନଚିକେତା ଶର୍ମା ଆଗାମୀ ମାସରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ପକ୍ଷରୁ ମିଳିତ ଭାବେ ଗାନ୍ଧୀ କଥା ଓ ସୁବାଷ କଥା ବକୃତ ମାଳାର ଆୟୋଜନ କରାଯିବ ଡକ୍ଟର ଶର୍ମା ସୂଚନା ଦେଇଥିଲେ। ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।