Odisha Link
Bridging the Missing Links in Odisha

ପୁଣି ସୀମାରେ ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ପୁଣି ସୀମାରେ ସୁଡ଼ଙ୍ଗ ଠାବ।ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍‌ ସୀମାରୁ ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ ଠାବ କରିଛନ୍ତି ବିଏସଏଫ୍ ଯବାନ୍। ୧୦ ଦିନ ପୂର୍ବରୁ ସୀମାରେ ଆଉ ଏକ ବିରାଟ ସୁଡ଼ଙ୍ଗ ଠାବ ହୋଇଥିଲା।ସୁଡ଼ଙ୍ଗ ଠାବ ହେବା ପରେ ପାଟ୍ରୋଲିଂ ବଢ଼ାଇ‍ବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି।

ସୀମାରେ ବାରମ୍ବାର ସୁଡଙ୍ଗ ଠାବ ପାକିସ୍ତାନର ଷଡ଼ଯନ୍ତ୍ରର ସୂଚନା ଦେଉଛି। ସୁଡ଼ଙ୍ଗର ଗୋଟିଏ ମୁହଁ ପାକିସ୍ତାନରେ ଥିବା ବେଳେ ଆଉ ଗୋଟିଏ ଭାରତରେ ରହିଛି। ଜମ୍ମୁ-କଶ୍ମୀର ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଅନ୍ତର୍ଜାତୀୟ ସୀମାରେ ଏହି ଭୂତଳ ସୁଡଙ୍ଗ ନିର୍ମାଣ କରିଛି ପାକିସ୍ତାନ। ହୀରାନଗର ସେକ୍ଟରର ପାନସର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଏହି ସୁଡ଼ଙ୍ଗଟି ଠାବ ହୋଇଛି।

ଖବର ମିଳିବା ପରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଅଞ୍ଚଳରେ ଆଉ ସୁଡ଼ଙ୍ଗ ଥିବା ସନ୍ଧେହରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ପଠାଇ‍ବା ପାଇଁ ସୁଡଙ୍ଗକୁ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି। ଗତ ୬ ମାସ ମଧ୍ୟରେ ସାମ୍ବା, ହୀରାଗନର ଓ କଠୁଆରେ ୪ଟି ଗୁପ୍ତ ସୁଡ଼ଙ୍ଗ ଠାବ ହେଲାଣି। ସେହିପରି ଜମ୍ମୁ ରିଜନରେ ମୋଟ ୧୦ଟି ସୁଡ଼ଙ୍ଗ ଠାବ ହୋଇଛି।

Comments are closed.