Odisha Link
Bridging the Missing Links in Odisha

ହଟିଲା ବ୍ୟାରିକେଡ୍, ସହଜ ହେଲା ଜଗା ଦର୍ଶନ

ପୁରୀ: ଆଜିଠୁ ସହଜ ହେଲା ଜଗା ଦର୍ଶନ। ହଟିଲା ବାରିକେଡ୍। ଏଣିକି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ସହଜରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଏଥିସହ କାଲି ଗୋଟିଏ ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ଲମ୍ବା ବ୍ୟାରିକେଡ୍ ଖୋଲାଯାଇଛି। ଦର୍ଶନ ବେଳେ ଏହି ବାରିକେଡ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଥିବା ପ୍ରଶାସନ ନଜରକୁ ଆସିଥିଲା। ଏଥିପାଇଁ ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ୍ ଯାଏ ବ୍ୟାରିକେଡ୍ ହଟାଇ ଦିଆଯାଇଛି।

ଅନ୍ୟପଟେ ଗତକାଲି ରବିବାରରେ ମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍ କରାଯାଇଛି। ଗତ ୨୧ ତାରିଖରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକତା ନଥିବାରୁ ଅଧିକ ସଂଖ୍ୟକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ଥର୍ମାଲ୍ ସ୍କ୍ରିନିଂ କରି ମନ୍ଦିର ଭିତରକୁ ଯିବା, ହାତ ସାନିଟାଇଜ୍ କରି ମନ୍ଦିରକୁ ପ୍ରବେଶ କରିବା ସହ ସାମାଜିକ ଦୂରତା ରକ୍ଷା କରିବା, ଦେବାଦେବୀଙ୍କୁ ସ୍ପର୍ଶ ନକରିବା, ଛେପ ନପକାଇବାକୁ କୁହାଯାଇଛି। ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନକରିବାର ଏସଓପି ପାଳନ କରିବାକୁ କୁହାଯାଇଛି।

Comments are closed.